ଓଡିଶା

ବ୍ୟାରିକେଡ୍ ଭାଙ୍ଗିଲେ ଶ୍ରଦ୍ଧାଳୁ

(ପୁରୀ) : ବଡ଼ ଦିନରେ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ । ଆଜି ଡିସେମ୍ବର ୨୫ ତାରିଖ ଲାଗି ଜଗା ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଆସି ପୁରୀରେ ପହଞ୍ଚିଛନ୍ତି । ମହପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲାଇନ୍ ଲାଗିଛି, ଘଣ୍ଟା ଘଣ୍ଟା ଲାଇନରେ ଛିଡା ହୋଇ ଧର୍ଯ୍ୟ ହରାଇ ଶେଷରେ ବ୍ୟାରିକେଡ୍ ଠେଲି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ।

ସୂଚନାନୁଯାୟୀ , କିଛି ଭକ୍ତ ଲାଞ୍ଚ ଦେଇ ଗଳାବାଟରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ସେବାୟତମାନେ ପଇସା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିବାର ଅଭିଯୋଗ କରିଛନ୍ତି ଲୋକେ । ତେବେ ଆଗକୁ ନୂଆ ବର୍ଷ ଆସୁଥିବାରୁ ଆହୁରି ଭିଡ଼ ବଢିପାରେ ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Related posts

ଅସହାୟ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଦାବି

mahabharatanews

Big Update : ୩ୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀ ପାଇବେ “ସୁଭଦ୍ରା”

mahabharatanews

ଏମିତି ନେଉଥିଲେ ଲାଞ୍ଚ, ସିଧା ହାତକଡ଼ି ପିନ୍ଧାଇଲା ଭିଜିଲାନ୍ସ

mahabharatanews