(ଦିଲ୍ଲୀ) : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍’ କାଟାଗୋରିର ସୁରକ୍ଷା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରିପୋର୍ଟ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରା (ଆଇବି) ର ଗୁପ୍ତଚର ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ତେବେ ଗୃହ ମନ୍ତ୍ରଣାଳୟ ଆଇବିର ବିପଦ ଧାରଣା ରିପୋର୍ଟର ବିସ୍ତୃତ ସୂଚନା ଗଣମାଧ୍ୟମ ସହ ଶେୟାର କରିନାହିଁ ।
‘ଜେଡ୍’ କ୍ୟାଟାଗୋରୀର ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ, ବର୍ତ୍ତମାନ ରାଜୀବ କୁମାରଙ୍କ ସୁରକ୍ଷା ପାଇଁ ସିଆରପିଏଫ୍ କମାଣ୍ଡୋ ସମେତ ମୋଟ ୩୩ ସୁରକ୍ଷା କର୍ମୀ ନିୟୋଜିତ ହେବେ । ଏଥିରେ କୁମାରଙ୍କ ବାସଭବନରେ ନିୟୋଜିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ ଗାର୍ଡ, ୬ଟି ବେସରକାରୀ ସୁରକ୍ଷା ଅଧିକାରୀ (ପିଏସ୍ଓ) ଦିନରାତି ସୁରକ୍ଷା ଯୋଗାଉଛନ୍ତି ଏବଂ ତିନିଟି ସିଫ୍ଟରେ କାର୍ଯ୍ୟ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ଏଥିରେ ସାମିଲ ହେବେ । ଏହା ବ୍ୟତୀତ କୁମାରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦୁଇ ୱାଚର ଏବଂ ତିନି ଜଣ ତାଲିମପ୍ରାପ୍ତ ଡ୍ରାଇଭର ପ୍ରତି ସିଫ୍ଟରେ ଷ୍ଟାଣ୍ଡବାଇରେ ରହିବେ । ଲୋକ ସଭା ନିର୍ବାଚନ ପୂର୍ବରୁ ଚାଲିଥିବା ରାଜନୈତିକ ପରିସ୍ଥିତିରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜୀବ କୁମାରଙ୍କ ସୁରକ୍ଷା ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
