ଭାରତ

ପୁଣିଥରେ କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ

(ହରିୟାଣା) : ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣା ବିଜେପିକୁ ବଡ଼ ଝଟକା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ବୀରେନ୍ଦ୍ର ସିଂଙ୍କ ପୁଅ ଏବଂ ହିସାର ସାଂସଦ ବ୍ରିଜେନ୍ଦ୍ର ସିଂ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି।

ସୂଚନାନୁଯାୟୀ , ୨୦୧୪ ରେ ବୀରେନ୍ଦ୍ର ସିଂ ବିଜେପିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ସେ ଇସ୍ପାତ ଏବଂ ଗ୍ରାମ୍ୟ ଉନ୍ନୟନ-ପଞ୍ଚାୟତ ମନ୍ତ୍ରୀ ଥିଲେ। ବିରେନ୍ଦ୍ର ସିଂଙ୍କ ପତ୍ନୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ହରିୟାଣା କଂଗ୍ରେସର ସମସ୍ତ ବଡ ଚେହେରା ଅର୍ଥାତ୍ ଭୁପେନ୍ଦ୍ର ସିଂ ହୁଡା, ରଣଦୀପ ସୁରଜେୱାଲା, କୁମାରୀ ସେଲଜା ଇତ୍ୟାଦି ନେତାମାନେ ଏକାଠି ଉପସ୍ଥିତ ଥିଲେ। ହରିୟାଣା ବରିଷ୍ଠ ନେତା ବିରେନ୍ଦ୍ର ସିଂ ୨୦୧୬-୧୯ ପର୍ଯ୍ୟନ୍ତ ମୋଦି ସରକରାଙ୍କ ମନ୍ତ୍ରୀମଣ୍ତଳରେ ମନ୍ତ୍ରୀ ଥିଲେ । ସେ ୯ ମାର୍ଚ୍ଚରେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । ବିରେନ୍ଦ୍ର ସିଂ କହିଛନ୍ତି ଯେ,କଂଗ୍ରେସର ଶକ୍ତି ବୃଦ୍ଧି ପାଉଛି ।

Related posts

ଭାଙ୍ଗିଲା ରାଘବ ଚଢାଙ୍କ ନିରବତା

mahabharatanews

କମିବ ନକଲି ଔଷଧ ବ୍ୟାପାର ;ଏଣିକି ଔଷଧରେ ରହିବ କ୍ୟୁଆର୍‌ କୋଡ୍‌

mahabharatanews

ମଦ ଦୁର୍ନୀତି:ଜାମିନ ଆବେଦନ ଉପରେ ଶୁଣାଣି ଆଜି

mahabharatanews