ଓଡିଶା

ଅକ୍ଷୟ ତୃତୀୟା: ୧୭୫ କୋଟି ଟଙ୍କାର କିଣିନେଲେ ସୁନା  

(ଦିଲ୍ଲୀ) : ସୁନାକୁ ନେଇ ସବୁବେଳେ ଚର୍ଚା ଲାଗିରହିଛି । କେତେବଳେ ସୁନା ଦରକୁ ନେଇ ତ କେତେବେଳେ ପରିମାଣକୁ ନେଇ ଚର୍ଚାରେ ରହିଛି । ଅକ୍ଷୟ ତୃତୀୟାରେ ଶୁକ୍ରବାର ଭୁବନେଶ୍ବର ଜନପଥରେ ଥିବା ଗହଣା ଦୋକାନଗୁଡ଼ିକରେ କିଛି ଏଭଳି ଦୃଶ୍ୟ ଥିଲା।
ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୢାଲି ପାଇଁ ଅପରାହ୍ନରେ ଜନପଥକୁ ବନ୍ଦ କରିଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିବାରୁ ଗ୍ରାହକମାନେ ସକାଳୁ ସକାଳୁ ସୁନା ‌ଦୋକାନଗୁଡ଼ିକରେ ଭିଡ଼ ଲଗାଇଥିଲେ। ସବୁ ସୋ’ରୁମ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେମାନେ ସୁନା ହାରଠାରୁ ଆରମ୍ଭ କରି ଚୁଡ଼ି, ଚେନ୍, ମୁଦି, କାନଫୁଲ ଆଦି କିଣି ଘରକୁ ନେଇଥିଲେ। ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ।

Related posts

ପୁଲିସ ଇନ୍ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

mahabharatanews

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

mahabharatanews

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌

mahabharatanews