ଓଡିଶା

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ 

(ବାଲେଶ୍ଵର) : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥ ନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳ ପାଲଟିଛି ଐତିହ୍ୟ ସ୍ମାରକୀ । ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି ।

ସୂଚନାନୁଯାୟୀ , ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି । ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ ।

Related posts

୧୫ତମ ପାତାଳୀ ମହୋତ୍ସବ ଉଦଘାଟିତ

mahabharatanews

ନିଟ ପରୀକ୍ଷା ପାଇଁ  ବ୍ୟବସ୍ଥା କରାଯାଇଛି

mahabharatanews

ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

mahabharatanews