ଖେଳଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ନୂଆଦିଲ୍ଲୀ: ବ୍ରିଟେନର ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ, ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷରେ ମାତ୍ର ୪ ରନରେ ଏକ ଦମଦାର ବିଜୟ ପାଇଛି ଟିମ ଇଣ୍ଡିଆ । ବର୍ମିଂହାମରେ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଟିମ ଇଣ୍ଡିଆର କ୍ୟାପଟେନ ହରମନପ୍ରୀତ କୌର । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଥିଲା । ତେବେ ଇଂଲଣ୍ଡ ୧୬୫ ରନ ଲକ୍ଷ୍ୟର ପିଛା କରି ୪ ରନରେ ପଛରେ ପଡିଯାଇଛି । ବର୍ତ୍ତମାନ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ଟିମ ଲଢ଼େଇ କରିବ। ତେବେ ଯଦି ଟିମ ଫାଇନାଲ‌ରେ ପରାସ୍ତ ହୁଏ, ତେବେ ରୌପ୍ୟ ପଦକ ନିଶ୍ଚିତ ଭାବରେ ଭାରତକୁ ଆଣିବ।

Related posts

ଏକନାଥଙ୍କୁ ଡେପୁଟି ଓ ୧୩ ମନ୍ତ୍ରୀ ପଦର ଲୋଭ

mahabharatanews

୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୯ଟି ଆସନରେ ମତଦାନ ଆରମ୍ଭ

mahabharatanews

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews