ଓଡିଶା

ଆଜିଠୁ ଆରମ୍ଭ +୨ ପରୀକ୍ଷା

(ଭୁବନେଶ୍ୱର) : ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା । ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ । ୧୧୬୦ ପରୀକ୍ଷା କେନ୍ଦ୍ର ସହ ୨୦୨ଟି ପରୀକ୍ଷା ନିୟନ୍ତ୍ରଣ ହବ୍‌ । ତେବେ ପରୀକ୍ଷା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ । , ପରୀକ୍ଷା ହଲକୁ କଳା ବଲ୍‌ ପେନ ଏବଂ ଆଡ୍‌ମିଟ୍‌ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ , ଚଳିତବର୍ଷ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛନ୍ତି । କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ରାତିରେ କ୍ୟାପିଟାଲ ହସ୍ପିଟାଲରେ ବୁଲିଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜିଠାରୁ ଆରମ୍ଭ ସ୍ବତନ୍ତ୍ର ଓଜେଇଇ

mahabharatanews

 କଂଗ୍ରେସରୁ ବହିଷ୍କୃତ ସୁରେଶ କୁମାର ରାଉତ ରାୟ 

mahabharatanews