ଓଡିଶା

 କଂଗ୍ରେସରୁ ବହିଷ୍କୃତ ସୁରେଶ କୁମାର ରାଉତ ରାୟ 

(ଭୁବନେଶ୍ୱର) : କଂଗ୍ରେସ ନେତା ସୁରେଶ କୁମାର ରାଉତ ରାୟ କଂଗ୍ରେସରୁ ବହିଷ୍କୃତ । ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା । ତେବେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା ।

ସୂଚନାନୁଯାୟୀ , ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର କଲା ଦଳ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ମିଳିଛି । ଏହି ଖବର ନେଇ ସୁର କହିଛନ୍ତି ‘ ମୁଁ ଏହି ପଦକ୍ଷେପକୁ ହୃଦୟର ସହିତ ସ୍ୱାଗତ କରୁଛି । ମୁଁ ଦଳ ପାଇଁ ପୂର୍ବପରି ନିଜର କାର୍ଯ୍ୟ ଜାରି ରଖିବି । ନିର୍ବାଚନ ତାରିଖ ଭୁବନେଶ୍ୱର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ପ୍ରଚାର କରିବାରୁ ସୁରଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଥିଲା । ତେବେ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ସୁର ରାଉତରାୟ କହିଥିଲେ, ସେ କୌଣସି ଦଳ ପାଇଁ ପ୍ରଚାର କରିନି । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଥିଲେ ସୁର । ଆଉ ଆଜି ଏଆଇସିସି ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି

Related posts

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ

mahabharatanews

ବିମାନରେ ଫେରିଲେ ୧୮୦ ପ୍ରବାସୀ ଓଡିଆ

mahabharatanews

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews