ଭାରତ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ଯ୍ୟରୁ ବହିଷ୍କୃତ 

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ଏକ ଝଟକା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି  ।
ସୂଚନାନୁଯାୟୀ , ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଭବ କୁମାକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ବିଭାଗ କହିଛି ଯେ, ଅସ୍ଥାୟୀ ନିଯୁକ୍ତି ସହ ଜଡିତ କେନ୍ଦ୍ରୀୟ ସିଭିଲ ସର୍ଭିସ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭବ କୁମାର ୨୦୦୭ ମସିହାରେ ଏକ ପୁଲିସ କେସରେ ସମ୍ମୁଖୀନ ହୋଇଥିଲେ। ସେତେବେଳେ ସେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ସମୟରେ ତାଙ୍କ ବିରୁଦ୍ଧରେ ଥିବା ମାମଲା ବାବଦରେ ସୂଚନା ଦିଆଯାଇନଥିଲା।

Related posts

ବିଜେପିରେ ଯୋଗ ଦେଲେ ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ

mahabharatanews

ରାଜ୍ୟସଭା ସାଂସଦଙ୍କ ଶପଥ ପାଠ

mahabharatanews

ଅନନ୍ୟା ପାଣ୍ଡେ ଏବେ ନିଜ ଷ୍ଟେଟମେଣ୍ଟକୁ ନେଇ କମେଣ୍ଟର ଶିକାର

mahabharatanews