ଓଡିଶା

କୋଟପଡା ପିକଅପ ଭ୍ୟାନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା

ଭୁବନେଶ୍ୱର: ଗତକାଲି କୋରାପୁଟ ଜିଲ୍ଲା କୋଟପଡା ବ୍ଲକ ମୁରତାହାଣ୍ଡି ନିକଟରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳୁ ଦୁଃଖ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ପେଜରେ ଶୋକବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟରେ ଉଲ୍ଲେଖ କରାଯାଇଛି, କୋରାପୁଟ ଜିଲ୍ଲା କୋଟପଡା ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ବହୁ ମୂଲ୍ୟ ଜୀବନ ହାନୀ ଗଭୀର ଦୁଃଖ ଆଣି ଦେଇଛି । ଏହି ଶୋକାକୂଳ ପରିବେଶରେ ସମସ୍ତ ମୃତକଙ୍କ ପରିବାରକୁ ମୋର ସମବେଦନା । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଗତକାଲି ପ୍ରାୟ ୪୦ ଜଣ ଲୋକ ଛତିଶଗଡରୁ ମୁରତାହାଣ୍ଡି ଅନ୍ତର୍ଗତ ସିନ୍ଧୁଗୁଡା ଗ୍ରାମରେ ଅନୁଷ୍ଠିତ ହେଉଥିବା ଦଶାହରେ ଯୋଗ ଦେବାକୁ ଏକ ପିକଅପ ଭ୍ୟାନରେ ଆସିଥିଲେ । ଦଶାହ ସାରି ଫେରୁଥିବା ସମୟରେ କୋଟପଡା ନିକଟରେ କୌଣସି କାରଣରୁ ପିକଅପ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Related posts

ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

mahabharatanews

ଝିମିଟି ଖେଳରୁ ମହାଭାରତ, ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରିଦେବାକୁ ଉଦ୍ୟମ

mahabharatanews

ଆହୁରି ଖସିବ ତାପମାତ୍ରା

mahabharatanews