ଓଡିଶା

୨୫ରେ ରାଜ୍ୟ ବଜେଟ୍

ଭୁବନେଶ୍ବର: ୨୫ରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ୍ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍। ଏହା ପୂର୍ବରୁ ଆଜି ପ୍ରାକ୍ ବଜେଟ୍ ପାଇଁ ପରାମର୍ଶ ଗ୍ରହଣ କରାଯିବ । ଦିନ ସାଢ଼େ ୧୧ଟାରେ ଲୋକସେବା ଭବନରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍ ସଂପର୍କରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଆଲୋଚନା କରିଥିଲେ।ଏହାସହ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପ୍ରମୁଖ।।

Related posts

ସୁରଟ ଫେରନ୍ତାକୁ ରାତ୍ରି ଯାପନ ପାଇଁ ମିଳିଲା ରାସ୍ତା କଡ

mahabharatanews

ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ମୃତ୍ୟୁ

mahabharatanews

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ

mahabharatanews