ଭାରତମନୋରଞ୍ଜନ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

ମୁମ୍ବାଇ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ | ତାଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ପରିବାର | ଜିମରେ ୱାର୍କ ଆଉଟ ବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ୧୦ ଅଗଷ୍ଟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ୪୨ଦିନ ଦିଲ୍ଲୀ ଏମସରେ ସଂଘର୍ଷ ପରେ ଦେହାନ୍ତ ହୋଇଛି | ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରେ ସ୍ତବ୍ଧ ହୋଇଯାଇଛି ବଲିଉଡ ଜଗତ |
ରାଜୁଙ୍କର ପୁରା ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୨୫ ଡିସେମ୍ବର ୧୯୬୩ରେ ଉତ୍ତରପ୍ରଦେଶ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ । ରାଜୁଙ୍କ ଦେହାନ୍ତ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହା ତାଙ୍କ ଫ୍ୟାଙ୍କୁ ବଡ଼ ଝଟକା ଦେଇଛି ।

ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍‌ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ‘ବିଗ୍‌ବସ୍’ ସିଜିନ୍‌-୩ରେ ବି ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଭେଣ୍ଟିଲିଟରରେ ଥିବା ସମୟରେ ତାଙ୍କୁ ହୋସକୁ ଆଣିବାକୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଡିଓ କ୍ଲିପ୍ ଶୁଣାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପରେ ସେ ଆଖି ବି ଖୋଲିଥିଲେ । ବିଗ୍ ବିଙ୍କ ମୋଟିଭେସନାଲ୍ ସ୍ପିଚ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ। ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ । ରାଜୁ ଶ୍ରୀବାସ୍ତବ ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହ ରାଜୁ ବିଗ୍ ବସ୍–୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।

Related posts

ଆଜି ସନ୍ଧ୍ୟାରେ ଇତିହାସ ରଚିବ ଭାରତ

mahabharatanews

ଫିଲ୍ମ ‘ଅଲ ଇଣ୍ଡିଆ ରାଙ୍କ’ର ଟ୍ରେଲର ରିଲିଜ

mahabharatanews

ଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣା

mahabharatanews

Leave a Comment