ଓଡିଶା

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ରଙ୍ଗ, ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି । ଆଜିର ଦିନରେ ସବୁ ରାଗ ଋଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଲୋକେ ହୋଲିର ଶୁଭେଚ୍ଛା ପ୍ରଦାନ କରୁଛନ୍ତି । ଭାରତରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ରଙ୍ଗର ପର୍ବକୁ ନେଇ ପଲ୍ଲିରୁ ସହର ସବୁଠି ଉତ୍ସବ ମୁଖର ।

ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ତେବେ ଆଜି କରୋନା କଟକଣା ଭିତରେ ପାଳନ ହେଉଛି ହୋଲି । ଓଡିଶାରେ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି ।

ଅନ୍ୟପକ୍ଷେ ହୋଲି ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ସୂଚନା ଅନୁଯାୟୀ, ସହରରେ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ ଫୋର୍ସ । ଏଥିସହ ପେଟ୍ରୋଲିଂ କରୁଛନ୍ତି ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ । ସେହିଭଳି ହୋଲି ଖେଳ ସମୟରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ତଥା ଅସଦାଚରଣ କ୍ଷେତ୍ରରେ ଆକ୍ସନ ନେବ ପୋଲିସ । ରାସ୍ତାରେ ହୋଲି ଖେଳିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related posts

ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ

mahabharatanews

ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି, ଆସନ୍ତାକାଲି ଯାଏଁ ବର୍ଷା ସମ୍ଭାବନା

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews