ଓଡିଶା

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ରଙ୍ଗ, ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି । ଆଜିର ଦିନରେ ସବୁ ରାଗ ଋଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଲୋକେ ହୋଲିର ଶୁଭେଚ୍ଛା ପ୍ରଦାନ କରୁଛନ୍ତି । ଭାରତରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ରଙ୍ଗର ପର୍ବକୁ ନେଇ ପଲ୍ଲିରୁ ସହର ସବୁଠି ଉତ୍ସବ ମୁଖର ।

ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ତେବେ ଆଜି କରୋନା କଟକଣା ଭିତରେ ପାଳନ ହେଉଛି ହୋଲି । ଓଡିଶାରେ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି ।

ଅନ୍ୟପକ୍ଷେ ହୋଲି ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ସୂଚନା ଅନୁଯାୟୀ, ସହରରେ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ ଫୋର୍ସ । ଏଥିସହ ପେଟ୍ରୋଲିଂ କରୁଛନ୍ତି ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ । ସେହିଭଳି ହୋଲି ଖେଳ ସମୟରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ତଥା ଅସଦାଚରଣ କ୍ଷେତ୍ରରେ ଆକ୍ସନ ନେବ ପୋଲିସ । ରାସ୍ତାରେ ହୋଲି ଖେଳିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related posts

ଭବ୍ୟ ଆୟୋଜନରେ ପାଳିତ ହେଲା ଶୀତଳ ଷଷ୍ଠୀ ମହୋତ୍ସବ, ସମ୍ପନ୍ନ ହେଲା ଶିବ-ପାର୍ବତୀଙ୍କ ଦିବ୍ୟ ବିବାହ।

mahabharatanews

ବିଜୁଳି ମାଡ଼ରେ ଯୁବକର ମୃତ୍ୟୁ

mahabharatanews

ନନ୍ଦନକାନନ ରେ ଚନ୍ଦକା ଜଙ୍ଗଲୀ ଦନ୍ତା

mahabharatanews