ଅପରାଧରାଜନୀତି

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସ

       (ଆଦର୍ଶ ରାଉତ)ଭୁବନେଶ୍ୱର: ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର ସାଥିମାନେ ନିମାପଡ଼ାରୁ ଯୋର ଜବରଦସ୍ତି ଗାଡ଼ିରୁ ଉଠାଇନେଇ ପୁରୀଠାରେ ଗଣବଳାତ୍କାର କରିବା ନବୀନ ବାବୁଙ୍କ ଶାସନରେ ଆଉଏକ କଳଙ୍କର ଫର୍ଦ ଯୋଡ଼ି ହୋଇଯାଇଛି । ଉକ୍ତ ଲଜ୍ୟା ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ରାତ୍ର ୧୦ଘଟିକା ୪୫ମି. ସମୟରେ କଂଗ୍ରେସ ଭବନ ପରିସରରୁ ଶତାଧିକ ମହିଳା, ଛାତ୍ର, ଯୁବ ଓ କଂଗ୍ରେସ କର୍ମୀମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଂଟିନ, ରାଜମହଲ ଦେଇ ଶିଶୁଭବନ ଠାରେ ଶତାଧିକ ପୋଲିସଙ୍କ ସହ ଧସ୍ତାଧସ୍ତି ହୋଇଥିଲା ।ଏହି ସମୟରେ କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଶିଶୁ ଭବନ ଛକରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ପୁଲିସ୍ କଂଗ୍ରେସ କର୍ମୀଙ୍କୁ ଅଟକାଇବା ସହ ଗିରଫ କରିଥିଲା ।

       ଉକ୍ତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଜୀ ରୁଦ୍ର ରାଜୁ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଭୂଷଣ ଦାସ,ରଶ୍ମି ମହାପାତ୍ର, ବିଣାପାଣୀ ସାମଲ, ସ୍ୱାଧୀନବାଳା ଦାସ, କୁସୁମ ପ୍ରଧାନ, ଶ୍ରୀୟା ସ୍ମିତା ପଣ୍ଡା, ପଦ୍ମାକର ଗୁରୁ, ଅଜିତ ମଙ୍ଗରାଜ, ରଜନୀ ମହାନ୍ତି, ଅଭିଷେକ ମହାନନ୍ଦ, ନରେଶ ମହାନ୍ତି, ଦୀପକ ମହାପାତ୍ର, ଦୀପକ କୁମାର ସାହୁ, ନିରଞ୍ଜନ ନାୟକ, ଦେବୀ ପ୍ରସାଦ ବାହାଲିଆ, ଆଦିତ୍ୟ ପ୍ରିତମ ଦାସ, ଦୁର୍ଗା ମହଲା, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର , ସୁଶାନ୍ତ ତ୍ରିପାଠୀ, ସଂଜିବ ମହାନ୍ତି, ପ୍ରକାଶ ମିଶ୍ର, ନାସିର ଅହମ୍ମଦ ଖାନ, ସୁଶାନ୍ତ କୁମାର ବେହେରା, ଦେଓ ପ୍ରସାଦ, ମନୋଜ ସାହୁ,ଅଭିଶେକ ସେଠ, ନିରୋଦ ଖୁଂଟିଆ, ରମାକାନ୍ତ ରାଉତ, କୁଳମଣି ସାହୁ, ବିନୋଦ ରାଉତ, ସାଗର ପରିଡ଼ାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ସ୍ଲୋଗାନ ଦେଇ ଗିରଫ ହୋଇଥିଲେ ଓ ପରେ ପୋଲିସ ଗିରଫଦାରୀଙ୍କୁ ଛାଡ଼ି ଦେଇଥିଲେ । ଉପରୋକ୍ତ ଦାବିକୁ ରାଜ୍ୟ ସରକାର ନ ମାନିଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ସମେତ ରାଜ୍ୟ ବନ୍ଦ ଡାକରାକୁ ପଛାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ଚେତାବନୀ ଦେଇଛି ।

Related posts

ନୂଆ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ନେଇ ଅଜଣା ତଥ୍ୟ

mahabharatanews

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ

mahabharatanews

ବନ୍ଧୁକ ମୁନରେ ଲୁଟିନେଲେ ୧ କେଜି ସୁନା ଗହଣା

mahabharatanews