ନୂଆଦିଲ୍ଲୀ: କଂଗ୍ରେସରେ ହେଲା ବଡଧରଣର ପରିବର୍ତ୍ତନ । ଖଡଗେ CWS କମିଟି ବଦଳରେ ଅନ୍ୟ ଏକ ନୂଆ ଦଳ ଗଠନ କରିଛନ୍ତି । ଖଡଗେଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟିରେ ୪୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି ।ଏହି ସଦସ୍ୟ ମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମନମୋହନ ସିଂ, ଏକେ ଆଣ୍ଟେନି ପ୍ରମୁଖ ରହିଛନ୍ତି ।
ସୂଚନାମୁତାବକ, କଂଗ୍ରେସର ସମସ୍ତ ଗୁରୁତ୍ୱୂର୍ଣ୍ଣ ନିଷ୍ପତ୍ତି CWS କମିଟି ଦ୍ୱାରା ହିଁ ନିଆଯାଉଥିଲା । ସେହି କମିଟିରେ ୨୩ ଜଣ ସଦସ୍ୟ ଥିଲେ । କିନ୍ତୁ କଂଗ୍ରେସର ନୂଆ ସଭାପତିଙ୍କ ଖଡଗେ ସିଡବ୍ଲୁସ କମିଟି ବଦଳରେ ଅନ୍ୟ ଏକ ନୂଆ କିମିଟି କରିଛନ୍ତି । CWS ରେ ମାତ୍ର ୨୩ ଜଣଙ୍କୁ ସ୍ଥାନ ଦିଅ।ଯାଇଥିଲା ହେଲେ ନୂଆ କରି ଗଢ ।ଯାଇ ଥିବା କମିଟିରେ ୪୩ ସଦସ୍ୟଙ୍କୁ ସ୍ଥାନ ଦିଅ।ଯାଇଛି । ଏହା ଦ୍ୱାରା ଏକ ବଡ ପରିବର୍ତ୍ତନର ଆଶଙ୍କା କରାଯାଉଛି । ଖେଡଗେଙ୍କ ଦ୍ୱାରା କରାଯାଇଥିବା ଏହି କମିଟି କଂଗ୍ରେସର ସମ୍ବିଧାନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ତେବେ କଂଗ୍ରେସ ଦ୍ୱାରା କରାଯଇଥିବା ପ୍ରେସ ରିଲିଜରେ ଏହି ସମସ୍ତ ସୂଚନା ଦିଆଯାଇଛି । CWS ବଦଳରେ ବର୍ତ୍ତମାନ ଖଡଗେଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ କମିଟି ହିଁ ସମସ୍ତ କାର୍ଯ୍ୟକରିବ ।
previous post