ଭାରତ

ଦେବରିଆରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୪ ମୃତ  

 (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଦେବରିଆରେ ଏକ ବଡ ଅଘଟଣ ଘଟିଛି । ଡୁମରୀ ଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ବେଳେ ଚା’ ତିଆରି କରିବା ସମୟରେ ରୋଷେଇ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାନୁଯାୟୀ, ଚା ତିଆରି କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଡୁମରୀ ଗ୍ରାମରେ ରହୁଥିବା ଶଙ୍କର ଗୁପ୍ତାଙ୍କ ପତ୍ନୀ ଆରତୀ ଦେବୀ ସକାଳେ ଜଳଖିଆ ପାଇଁ ଗ୍ୟାସ ଚୁଲିରେ ଚା ‘କରିବାକୁ ଯାଉଥିଲେ । ଯେତେବେଳେ ସେ ଲାଇଟର ଲଗାଇଥିଲେ ତ ରେଗୁଲେଟରରେ ନିଆଁ ଲାଗି ଯାଇଥିଲା । ସେ ଡରି ଯାଇ ଚିତ୍କାର କରିଥିଲେ କିଛି ସମୟ ମଧ୍ୟରେ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ଘରର ରୁମ୍‌ରେ ବ୍ୟାପିଯାଇଥିଲା ଓ ଏଥିସହିତ ତାଙ୍କ ପତ୍ନୀ ଏବଂ ତିନି ପିଲାଙ୍କ ଆକସ୍ମିକ ମୃତ୍ୟୁ ହେବା ପରେ ସ୍ୱାମୀଙ୍କର ଚେତାଶୂନ୍ୟ ହୋଇଯାଇଥିଲେ ।

Related posts

ମଣିପୁର ହିଂସା; ୫୩  ଅଧିକାରୀଙ୍କ ଟିମ୍ ଗଠନ କଲା ସିବିଆଇ

mahabharatanews

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

mahabharatanews

ଦୁର୍ଘଟଣାର ଶିକାର ହେଲେ ମମତା ବାନାର୍ଜୀ

mahabharatanews