(ମନୋଜ କୁମାର ସାହୁ/ ରାୟଗଡା): ରାୟଗଡା ପ୍ରଶାସନ ତରଫରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିଲେ ମଧ୍ୟ ନିୟନ୍ତ୍ରଣ ହୋଇପାରୁନାହିଁ । ଆଜି ଚିହ୍ନଟ ହୋଇଥିବା ସମସ୍ତ ୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ପୁରୁଷ ଥିବା ବେଳେ ୬ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧୯ ଜଣ କୋରନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଦୀର୍ଘ ଦିନ ପରେ ପୁଣି ଥରେ କାଶିପୁର ବ୍ଲକକୁ କରୋନା ଫେରିଛି । ସୂଚନା ମୁତାବକ, କାଶିପୁର ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ପୌରାଚଂଳରୁ ୨୪, ଗ୍ରାମାଚଂଳରୁ ୨, ଗୁଣପୁର ପୌରାଚଂଳରୁ ୧୧, କାଶିପୁରର ଜଣେ, ବିଷମକଟକରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୩୦୭ ଜଣ ସକ୍ରିୟ ଆକ୍ରାନ୍ତ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୧୩୪ ଜଣ କୋରନା ଯୋଦ୍ଧା କୋରନା ଆକ୍ରାନ୍ତ ହୋଇଥିବା ବେଳେ ୪୭ ଜଣ ସୁସ୍ଥ ହୋଇଫେରିଛନ୍ତି ଏବଂ ୮୭ ଜଣ ଚିକିତ୍ସାଧିନ ଅଛନ୍ତି । କରୋନା ମହାମାରୀ ବର୍ତମାନ ସହରମୁହାଁ ହୋଇଥିବାରୁ ପ୍ରଶାସନର ଚିନ୍ତାର କାରଣ ହୋଇଛିି । ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ ଟେଷ୍ଟିଂ ଅଧିକ ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ଏଥିରେ କୌଣସି ପ୍ରକାର ଭୟଭୀତ ନ ହେବାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏଥିସହ ସରକାରଙ୍କ ତରଫରୁ ଜାରି କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
