ଓଡିଶା

ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୩୯୯୧ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗୋଟିଏ ଦିନରେ ୩୯୯୧ ଜଣ ନୁଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେନଟାଇନ୍ ସେଣ୍ଟରରୁ ବାହାରିଥିବା ବେଳେ ୧୬୭୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ତେବେ ଖୋର୍ଦ୍ଧା ଜିଲ୍ଲାରେ କ୍ରମାଗତ ଭାବେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ମଧ୍ୟ ସବୁ ଜିଲ୍ଲା ଠାରୁ ଅଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହୋଇଛନ୍ତି । ସେଠାରେ ଆଜି ୬୮୭ ଜଣ ପଜିଟିଭ୍ ବାହାରିଛନ୍ତି । ସେହିପରି କଟକରୁ ୩୯୨ ଜଣ, ପୁରୀରୁ ୩୩୨, ବଲାଙ୍ଗିରୀରୁ ୧୮୦, ବରଗଡରୁ ୧୬୯, କେନ୍ଦ୍ରାପଡାରୁ ୧୪୭ ଏବଂ କୋରାପୁଟରୁ ୧୨୭ ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହେବା ପାଇଁ ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ

mahabharatanews

ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଦୁଃଭାର୍ଗ୍ୟଜନକ: କଂଗ୍ରେସ

mahabharatanews

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଟୁଇଟ

mahabharatanews