ଓଡିଶା

ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୩୯୯୧ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗୋଟିଏ ଦିନରେ ୩୯୯୧ ଜଣ ନୁଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେନଟାଇନ୍ ସେଣ୍ଟରରୁ ବାହାରିଥିବା ବେଳେ ୧୬୭୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ତେବେ ଖୋର୍ଦ୍ଧା ଜିଲ୍ଲାରେ କ୍ରମାଗତ ଭାବେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ମଧ୍ୟ ସବୁ ଜିଲ୍ଲା ଠାରୁ ଅଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହୋଇଛନ୍ତି । ସେଠାରେ ଆଜି ୬୮୭ ଜଣ ପଜିଟିଭ୍ ବାହାରିଛନ୍ତି । ସେହିପରି କଟକରୁ ୩୯୨ ଜଣ, ପୁରୀରୁ ୩୩୨, ବଲାଙ୍ଗିରୀରୁ ୧୮୦, ବରଗଡରୁ ୧୬୯, କେନ୍ଦ୍ରାପଡାରୁ ୧୪୭ ଏବଂ କୋରାପୁଟରୁ ୧୨୭ ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ପୁରୀ ଜିଲ୍ଲାରେ ଲକ୍ ଡାଉନ୍ କଟକଣା ସାମାନ୍ୟ କୋହଳ 

mahabharatanews

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ

mahabharatanews

ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

mahabharatanews