(ମହାଭାରତ/ନୂଆଦିଲ୍ଲୀ): ମହାମାରୀ କରୋନା ଭାଇରସ ପ୍ରତିଦିନ ଦେଶରେ ନୂଆନୂଆ ରେକର୍ଡ କରି ଚାଲିଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ ୨୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୫୦୦ ଜଣଙ୍କ ମୃତ୍ୟୁ ଘଟିବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩ ହଜାର ପାର କରିଛି। ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ରେକର୍ଡ ୨୮, ୭୦୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୨୩,୧୭୪ ରହିଛି।
ମହାରାଷ୍ଟ୍ରରେ ୭ ହଜାରୁ ଅଧିକ ମାମଲା ସାମ୍ନାକୁ ଆସିବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ପାର କରିଛି। ସେହିପରି ତାମିଲନାଡୁରେ ଦିନକରେ ପ୍ରାୟ ୫ ହଜାର ପଜିଟିଭ କେସ ଚିହ୍ନଟ ହୋଇଛି। ରାଜ୍ୟରେ ୧,୩୮,୪୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୬୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ପଜିଟିଭଙ୍କ ସଂଖ୍ୟା ବଢୁଥିଲେ ହେଁ ସକିୟ ଆକ୍ରାନ୍ତଙ୍କ କେସ ହ୍ରାସ ପାଉଛି ।
ଏହାଛଡା ଆନ୍ଧ୍ର ପ୍ରଦେଶରେ ୩୨୮, ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୩୫, ବିହାରରେ ୧୪୩, ଚଣ୍ଡିଗଡ଼ରେ ୮, ଛତିଶଗଡ଼ରେ ୧୯, ଗୋଆରେ ୧୪, ଗୁଜରାଟରେ ୨୦୪୫, ହରିଆଣାରେ ୩୦୧, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୧୭୯, ଝାରଖଣ୍ଡରେ ୩୦, କର୍ଣ୍ଣାଟକାରେ ୬୮୪, କେରଳରେ ୩୧, ଲଦାଖରେ ୧, ମଧ୍ୟପ୍ରଦେଶରେ ୬୫୩, ମେଘାଳୟରେ ୨, ଓଡ଼ିଶାରେ ୬୪, ପୁଡୁଚେରୀରେ ୧୮, ପଞ୍ଜାବ ୧୯୯, ରାଜସ୍ଥାନରେ ୫୧୦, ତେଲେଙ୍ଗାନାରେ ୩୫୬, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୪୭, ଉତ୍ତର ପ୍ରଦେଶରେ ୯୩୪ ଓ ପଶ୍ଚିମବଙ୍ଗରେ ୯୩୨ ଜଣ ପ୍ରାଣ ହରାଇଛନ୍ତି।