ଓଡିଶା

ମୟୁରଭଞ୍ଜ ରାଜମାତା ଭାରତୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ

(ମହାଭାରତ/ବାରିପଦା): ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଛି । ବାରିପଦାର ବେଲଗଡ଼ିଆ ସ୍ଥିତ ରାଜପ୍ରାସାଦରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାଜମାତା ସୁସ୍ଥ ଥିଲେ । ସକାଳେ ଜଳଖିଆ ଖାଇ୍ଦବା ସହ ମଧ୍ୟାହ୍ନ ଭୋଜନ ବି କରିଥିଲେ । ସବୁଦିନ ଭଳି ଗତକାଲି ରାତ୍ରି ଭୋଜନ କରିବା ପରେ ସେ ଶେ।।ଇବାକୁ ଯାଇଥିଲେ । ତେବେ ଶୋଇଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା । ୧୯୫୨ ମସିହାରେ ସେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମହାରାଣୀ ହୋଇଥିଲେ। ତାଙ୍କର ସ୍ୱାମୀ ଅର୍ଥାତ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କର ୨୦୦ ମସିହାରେ ପରଲୋକ ହୋଇଥିଲା । ସେ ମୟୂରଭଞ୍ଜର ବର୍ତ୍ତମାନର ମହାରାଜା ତଥା ମୋରୋଡ଼ା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କର ମାଆ। ପ୍ରବୀଣ ଭଞ୍ଜଦେଓ ଗତକାଲି କୋଲକାତାରେ ଥିବା ବେଳେ ରାତିରେ ରାଜବାଟୀକୁ ଫେରି ଆସିଥିଲେ। ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ। ସେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ୟ୍ୟ କରିଥିଲେ।

Related posts

ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ

mahabharatanews

ଲାଞ୍ଚ ନେଇ ଧରାପଡ଼ିଲେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର

mahabharatanews

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

mahabharatanews