ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୯୪ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି । ଏହି ସଂକ୍ରମଣ ୨ ଶହ ତଳକୁ ରହିଛି ।  ଗତକାଲି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦ ଜଣ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୧, ବଲାଙ୍ଗୀରରୁ ୧୧ ଜଣ, କଟକରୁ ୩୩ ଜଣ, ଦେବଗଡ଼ରୁ ୩, ଗଞ୍ଜାମରୁ ୧, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୩, କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୪୦, କୋରାପୁଟରୁ ୩, ମୟୂରଭଞ୍ଜରୁ ୨ ଜଣ, ନବରଙ୍ଗପୁରରୁ ୧୧ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ନୂଆପଡ଼ାରୁ ୧୧, ପୁରୀରୁ ୪ ଜଣ, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯ ଜଣ, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟପୁଲରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

 

Related posts

୧୫ରେ ବାହାରିବ ଯୁକ୍ତ ୨ ଫଳ , ୧୯ମାର୍କ ମିଳିବ ଗ୍ରେସ୍ ମାର୍କ

mahabharatanews

ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ୱାମୀ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews