ଭାରତ

ପୁଣି ବଢ଼ିଲା କରୋନା ସଂକ୍ରମଣ; ୧୮,୩୧୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ। ଗତକାଲି ୧୪,୮୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୧୮,୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୁତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୩୮,୭୬୪ରେ ପହଞ୍ଚିଛି। ଗତକାଲି କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬ ରହିଥିବା ବେଳେ ଆଜି ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୨୦,୭୪୨ ଜଣ। ଏବେ ବି ସକ୍ରିୟ ଅଛନ୍ତି ୧,୪୫,୦୨୬ ଜଣ ସଂକ୍ରମିତ। ଦୈନିକ କରୋନା ପଜିଟିଭ୍‌ ହାର ରହିଛି ୪.୩୧ ପ୍ରତିଶତ। ଦେଶରେ ଏବେ ସୁଦ୍ଧା ୨,୦୨,୭୯,୬୧,୭୨୨ ଜଣଙ୍କୁ ଟିକା ଦିଆ ସରିଲାଣି।

Related posts

ଆସାମ ରାଇଫଲ୍ସ କର୍ଣ୍ଣେଲଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

mahabharatanews

କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି: ସିବିଆଇ ବୀରଭୂମ ହିଂସା ଯାଞ୍ଚ କରିବ ସିବିଆଇ, ଏପ୍ରିଲ ୭ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews