ଭାରତସ୍ୱାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ; ୧୬,୦୪୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମଙ୍ଗଳବାରଠାରୁ ୨୬% ବୃଦ୍ଧି ପାଇ ପ୍ରାୟ ୧୬ ହଜାର ଟପିଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ସୂଚନା ସୂଚନାନୁସାରେ , ୨୪ ଘଣ୍ଟା ମଧ୍ୟରେ ୧୬,୦୪୭ କରୋନା ଆକ୍ରାନ୍ତ ଚିହ୍ନଟ ଓ ୫୪ ମୃତ୍ୟୁ ରେକର୍ଡ କରାଯାଇଛି।୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୦୪୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୧,୯୦,୬୯୭ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୫୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୫,୨୬,୮୨୬ରେ ପହଞ୍ଚିଛି । ମୃତ୍ୟୁହାର ହେଉଛି ୧.୧୯% , ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୯,୫୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୫,୩୫,୬୧୦। ଏହାଛଡ଼ା, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୮,୨୬୧ ଥିବା ରେକର୍ଡ କରାଯାଇଛି।

ସକ୍ରିୟ ଆକ୍ରାନ୍ତ ହାର ହେଉଛି ଦେଶରେ ସମୁଦାୟ ସଂକ୍ରମିତଙ୍କ ୦.୨୯%।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୦୭,୦୩,୭୧,୨୦୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୭,୮୮,୭୭,୦୯୮ଟି ନମୁନା ପରୀକ୍ଷା କରାଯାଇଛି।

Related posts

ବିଶ୍ୱକପରେ ସ୍ଥାନ ପାଇବେ କୋଭିଡ ପଜିଟିଭି ଖେଳାଳି

mahabharatanews

ପ୍ରାଣ ପ୍ରତିଷ୍ଠା ଉତ୍ସବ:  ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍

mahabharatanews

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

mahabharatanews