ଓଡିଶା

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ

କଟକ: କଟକ ଏସସିବି ପରିସରରେ ଥିବା ଆଚାର୍ୟ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ । ସେଠାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଚାର୍ୟ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। କର୍କଟ ରୋଗୀ ଜଣକ ହସ୍‌ପିଟାଲର ଜରୁରୀକାଳୀନ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଗଂଜାମ ଜିଲ୍ଲାର ଏହି ରୋଗୀଙ୍କୁ ଗତ ୧୫ ତାରିଖରେ ଭର୍ତ୍ତି କରାଯାଇଥିଲା। ତାଙ୍କର କେମୋ ଚାଲିଥିବା ବେଳେ ଓ୍ଵାର୍ଡରେ ଅନ୍ୟ ୨ ଜଣ ରୋଗୀ ମଧ୍ୟ ଥିଲେ। ଡା ଷଡ଼ଙ୍ଗୀ କହିଛନ୍ତି, କର୍କଟ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍‌ସ କୋଭିଡ-୧୯ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ଓ୍ଵାର୍ଡକୁ ସିଲ କରାଯିବା ସହ ସାନିଟାଇଜ୍‌ କରାଯାଇଛି। ସେହିଭଳି ଆସନ୍ତାକାଲି ଡାକ୍ତର ଏବଂ ଷ୍ଟାଫମାନଙ୍କର କରୋନା ଟେଷ୍ଟ କରାଯିବ। ରୋଗୀ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ ଜଣ ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ନମୁନା ମଧ୍ୟ ପରୀକ୍ଷା ହେବ।

Related posts

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews

୨୨ରେ ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

mahabharatanews

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଆହତ

mahabharatanews