ଓଡିଶା

ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ

(ଭୂବନେଶ୍ୱର): ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗଛି । ଗୁରୁବାର ପୁଣି ୨୧୦ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ୪୭, କେନ୍ଦୁଝର ୫, ଦେବଗଡ ୧, ନବରଙ୍ଗପୁର ୨, ନୟାଗଡ ୩, କଟକ ୫, ଅନୁଗୁଳ ୧, ବାଲେଶ୍ୱର ୨, ଢେଙ୍କାନାଳ ୭, ଯାଜପୁର ୮, ପୁରୀ ୮, ଗଜପତି ୨୯, ସୁନ୍ଦରଗଡ ୬, କେନ୍ଦ୍ରାପଡା ୩, ସମ୍ବଲପୁର ୧, ବଲାଙ୍ଗୀର ୧୧ ଓ ମୟୁରଭଞ୍ଜରୁ ୭ ଜଣ ରହିଛନ୍ତି । ସେହିପରି କୋଲକାତାରୁ ବାତ୍ୟା ଅମ୍ଫନର ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା ଆଉ ୬ ଜଣ ଏନଡିଆରଏଫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକ

mahabharatanews

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews

ଏନଟିପିସି, କଣିହାଁ ପ୍ରକଳ୍ପ ୩ୟ ଥର ବିଦ୍ୟୁତ୍ ଉତ୍ପାଦନରେ କଲା ରେକଡ୍

mahabharatanews