Uncategorized

କରୋନା ନେଲା ୫ ଜୀବନ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କୋରୋନାରେ ଦେଶରେ ୫ ଟି ମୁଣ୍ଡ ଗଲାଣି । ଏହି ୫ମ ମୃତକ ହେଉଛନ୍ତି ଇଟାଲୀରଜଣେ ନାଗରିକ । ସେ ଭାରତ ଭ୍ରମଣରେ ଆସିଥିବା ବେଳେ ତାଙ୍କଠାରୁ କୋରୋନା ସଂକ୍ରମଣ ଠାବହୋଇଥିଲା ଓ ସେ ରାଜସ୍ଥାନର ଜୟପୁରସ୍ଥିତ ସୱାଇ ମାନସିଂ ହସ୍ପିଟାଲରେ ଚିକିତ୍ସିତ ଥିଲେ । ତାଙ୍କୁ ୬୯ ବର୍ଷ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଚିକିତ୍ସା ପରେ ସେ ସୁସ୍ଥ ହେଉଥିଲେ କିନ୍ତୁ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ଜଣେ ଅମ୍ରିତସରରେ ମୃତ୍ୟୁବରଣ କରିଥିଲେ । ଏହା ପୂର୍ବରୁ କର୍ଣ୍ଣାଟକ, ମୁମ୍ବାଇ ଓ ଦିଲ୍ଲୀରେ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଥିଲେ ।

ଅନ୍ୟପକ୍ଷରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ବିଦେଶୀ ନାଗରିକ ରହିଛନ୍ତି । ଆଜି ଦେଶରେ ବିଭିନ୍ନ ପ୍ରାନ୍ତରେ ୧୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନେ ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେର ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟ ୫୨ ରହିଛି । ଗତକାଲି ଏଠାରେ ୪୯ ରୋଗୀ ଥିବା ଆଜି ମୁମ୍ବାଇ, ପୁଣେ ଓ ପିମପର ଛିଞ୍ଚୱାଡାରେ ଜଣେ ଲେଖାଏ ବ୍ୟକ୍ତିଙ୍କଠାରେ କରୋନା ଠାବ ହୋଇଛି ।

Related posts

ଯବାନଙ୍କ ଆତଙ୍କ: ୨୦୦ ରାଉଣଡ ଗୁଳି ଚଳାଇ ଖେଳାଇଲେ ଭୟ

mahabharatanews

୧୧୭ ବର୍ଷ ପରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତ

mahabharatanews

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews