Uncategorized

କୋରୋନା ଯାଞ୍ଚ ପାଇଁ ହସ୍ପିଟାଲରେ ଲମ୍ବା ଧଡି

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ କୋରୋନା ସଂକ୍ରମଣରେ ୩୦ ଜଣଙ୍କ ଚିହ୍ନଟ ପରେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି । କେନ୍ଦ୍ର ପକ୍ଷରୁ ଏହାକୁ ନେଇ ମାରାଥନ ସମୀକ୍ଷା ବୈଠକ କରୁଛନ୍ତି ସ୍ୱ।।ସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଦିଲ୍ଲୀ ବିମାନ ବନ୍ଦରରେ ସର୍ବସାଧାରଣ ଯାଞ୍ଚକୁ କଡା କରିଦିଆଯାଇଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ପୂର୍ବରୁ କେବଳ କୋରୋନା ସଂକ୍ରମିତ ଜାପାନ, ଦୁବାଇ, ସିଙ୍ଗାପୁର, ଇଟାଲୀ ଆଦି ଦେଶରୁ ଆସୁଥିବା ଯାତ୍ରୀଙ୍କ ଯାଶଞ୍ଚ କରାଯାଉଥିଲା । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ସ୍କୁଲର ୫ ଶ୍ରେଣୀ ପର୍ଯ୍ୟନ୍ତକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଲୋକେ ସେମାନଙ୍କ ଯାଞ୍ଚ କରିବାକୁ ଲମ୍ବା ଧଡି ଲଗାଇଥିବା ଦେଖିବାକୁ ମଳିଛି । ଲୋକେ କୋରୋନାର ଗମ୍ଭୀରତାକୁ ହୃଦୟଙ୍ଗମ କରି ନିଜ ଆଡୁ ନିଜର ଯାଞ୍ଚ ପାଇଁ ଆଗେଇ ଆସୁଛନ୍ତି ।

ଅପରପକ୍ଷରେ ମଥୁରାର ବୃନ୍ଦାବନରେ ସ୍ଥିତ ଇସ୍କନ ମନ୍ଦିର ପ୍ରଶାସନ ବିଦେଶୀ ନାଗରିକଙ୍କୁ ଅନୁରୋଧ କରିଛି, ସେମାନେ ଏକ ମାସ ପର୍ଯ୍ୟନ୍ତ ମନ୍ଦିର ପରିଦର୍ଶନରେ ନ ଆସନ୍ତୁ । ଯଦି କାହାରିକୁ ଆସିବାର ଅଛି ତେବେ ସେମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସାର୍ଟିଫିକେଟ ଉପସ୍ତାପିତ କରିବାକୁ ହେବ ।

Related posts

ଏହିସବୁ ଉପାୟରେ ଦୂର କରନ୍ତୁ ଅଶୁଭ ଗ୍ରହର ପ୍ରଭାବ

mahabharatanews

ଦିଲ୍ଲୀ ହିଂସା ଯୋଜନାବଦ୍ଧ, ଶାହା ଇସ୍ତଫା ଦେବା ଦରକାର: ସୋନିଆ

mahabharatanews

କରୋନା କାଳରେ ୨୫ ପ୍ରତିଶତ ଲୋକ ମାନସିକ ଦୁଶ୍ଚିନ୍ତାର ଶିକାର

mahabharatanews