ଓଡିଶା

ବାସୁଦେବପୁର ଯୁବ ଆର୍ଯ୍ୟ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ଯୁବ ଆର୍ୟ୍ୟ ସମାଜ ବାସୁଦେବପୁର ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ଏହି ସମ୍ମାନ ସମାରୋହ ସ୍ଥାନିୟ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ନବଘନ ମହାବିଦ୍ୟାଳୟର ଅଧ୍ୟାପକ ଡ. ରାଜେନ୍ଦ୍ର କୁମାର ବିଶ୍ଵାଳଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ବାସୁଦେବପୁର ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ବାସୁଦେବପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ ବେହେରା, ବାସୁଦେବପୁର ଥାନା ଅଧିକାରୀ ପ୍ରଦୀପ ମାଝି, ସୋର ଥାନା ଅଧିକାରୀ ମଧୁମିତା ମହାନ୍ତି ଓ ଅନ୍ୟ କରୋନା ଯୋଦ୍ଧା ମାନଙ୍କୁ ଉତ୍ତରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ, ମନ୍ଦାରୀ ମହାବିଦ୍ୟାଳୟର ଅଧ୍ୟାପକ ରମେଷ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କରୋନା ମହାମାରୀ ସମୟରେ ଯୋଦ୍ଧାମାନଙ୍କ ଭୁମିକା ବିଷୟ ମତ ରଖିଥିଲେ ।

Related posts

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ଓରମାସ ଚାଷୀଙ୍କ ପନିପରିବା, ଫଳ ବିକ୍ରିକୁ ପ୍ରୋତ୍ସାହନ ଦେବ

mahabharatanews

 ଗତ ୨୪ ଘଣ୍ଟାରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ, ୧୭ ମୃତ

mahabharatanews