ଅପରାଧ

ପୁଅ ଆଶାରେ ୫ କନ୍ୟା ସନ୍ତାନଙ୍କ ବାପାର ଦ୍ୱିତୀୟ ବିବାହ ବିଫଳ

(ମଧୁସୂଦନ ବହିଦାର/ବଲାଙ୍ଗୀର): ପାଞ୍ଚଟି ସନ୍ତାନର ପିତା ପୁତ୍ର ଆଶାରେ ପ୍ରେମରେ ଅନ୍ଧ ହୋଇ ଅନ୍ୟତ୍ର ବିବାହ ଉଦ୍ୟମ କରିବା ଭଳି ଘଟଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଳ ଷ୍ଟେସନରେ କାର୍ୟ୍ୟ କରୁଥିବା ଜଣେ ବ୍ୟକ୍ତି ତଥା ପାଞ୍ଚଟି କନ୍ୟା ସନ୍ତାନର ବାପା ଚନ୍ଦନ କୁମାର ଅନ୍ୟତ୍ର ପ୍ରେମ ବିବାହ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚି ଥିବା ବେଳେ ତାଙ୍କର ବିବାହ ବିଫଳ ହୋଇଛି । ଅସହାୟ ସ୍ତ୍ରୀ ନିଜର ପିଲାଛୁଆଙ୍କୁ ଧରି ଟାଉନ ଥାନାରେ ପହଞ୍ଚି ପୋଲିସକୁ ତାଙ୍କ ସ୍ୱାମୀଙ୍କ ୨ୟ ବିବାହ ବିଷୟରେ ସୂଚନା ଦେଇଥିଲେ । ତାଙ୍କ ଅଭିଯୋଗ ମୁତାବକ, ପୁଅ ଆଶା କରି କେବଳ କନ୍ୟା ସନ୍ତାନ ପାଇଥିବାରୁ ତାଙ୍କ ସ୍ୱାମୀ ଚନ୍ଦନ ଅନ୍ୟତ୍ର ପ୍ରେମ ବିବାହ କରିବାକୁ ମନ ବଳାଇଥିଲେ । ସ୍ତ୍ରୀଙ୍କ କହିବାନୁଯାୟୀ, ଆଜି ବଲାଙ୍ଗୀର ସହର ସ୍ଥିତ ଶାନ୍ତି ପଡା ନିକଟରେ ରହୁଥିବା ଜଣେ ଝିଅକୁ ସେ ବିବାହ କରିବାକୁ ଯାଉଥିବା କହିଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଉଭୟ ପ୍ରେମୀ ଯୁଗଳଙ୍କ ବିଷୟରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ବାହାଘର ହେଉଥିବା ସ୍ଥାନରେ ପହଞ୍ଚି ବାହାଘରକୁ ବାତିଲ କରିଥିଲେ । କିନ୍ତୁ ପୋଲିସ ଆସୁଥିବା ଖବର ପାଇ ପାଞ୍ଚଟି କନ୍ୟା ସନ୍ତାନର ବାପା ଚନ୍ଦନ ସେଠାରୁ ଫେରାର ହୋଇଯାଇଥିଲେ । ତାଙ୍କୁ ଖୋଜିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା ଜଣାପଡିଛି ।

Related posts

ଦେଢ କେଜିର ବ୍ରାଉନସୁଗାର ଜବତ, କୁଖ୍ୟାତ ବ୍ରାଉନସୁଗାର ବେପାରୀ  ଗିରଫ

mahabharatanews

ଚାନ୍ଦିପୁର DRDO ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ

mahabharatanews

୧୬ ହଜାର କଫ୍ ସିରପ୍ ବୋତଲ ଜବତ

mahabharatanews