ଓଡିଶା

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ନିୟନ୍ତ୍ରଣ ପାଇଁ ସର୍ବଦା ତତ୍ପରତା ପ୍ରକାଶ କରି ଆସିଛନ୍ତି । ଏବେ ଏହାକୁ ନିୟନ୍ତ୍ରଣ କରିବାକୁ ନୂତନ ରଣ କୌଶଳ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିନେଇ ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ କରାଯିବ ବୋଲି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଆଜି ଏହା କହିଛନ୍ତି ।
ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ବାରା ରାଜ୍ୟର ଗ୍ରାମାଞ୍ଚଳରେ ୭୦ ହଜାର ଲୋକଙ୍କର ରହିବା ବ୍ୟବସ୍ଥା କରାଯିବ। ଥଣ୍ଡା, ଜ୍ବର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଏଠାରେ ରଖାଯିବ। ନମୁନା ପରୀକ୍ଷା ପରେ ଯଦି ପଜିଟିଭ୍ ଆସେ ତେବେ କୋଭିଡ ହସ୍ପିଟାଲକୁ ପଠାଯିବ। ସେହିପରି କୋଭିଡ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବାକୁ ସହର ଓ ଗାଁ ସବୁଠାରେ ୱାର୍ଡ ସ୍ତରୀୟ କମିଟି ଗଠନ କରାଯିବ। ଏହି କୋଭିଡ ପରିଚାଳନା କମିଟିରେ ୱାର୍ଡ ସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍, ଏବଂ ଏସଏଚଜିର ମାଆମାନେ ରହିବେ। ସହରାଞ୍ଚଳରେ ୱାର୍ଡ କମିଟିଗୁଡିକ ୱାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ ଏବଂ ସେଥିରେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛା ସେବକମାନେ ସଦସ୍ୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

ଧାନ ବିକ୍ରୀ ପାଇଁ ଆମ୍ବୁଲାନ୍ସରେ ଆସିଲେ ଚାଷୀ

mahabharatanews

ଜଙ୍ଗଲରୁ ବିଷାକ୍ତ ଛତୁ ଆଣି ଖାଇବା ମହଙ୍ଗା ପଡିଲା

mahabharatanews

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews