ଖେଳଦେଶ ବିଦେଶ

ପଡ଼ିଆରୁ ଲୁହ ଭିଜା ଆଖିରେ ବିଦାୟ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ଅଧୁରା ରହିଲା ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଫିଫା ବିଶ୍ୱକପ୍ ଜିତିବାର ସ୍ୱପ୍ନ । ତାଙ୍କ ନାମ ସହିତ ଆଉ “ବିଶ୍ୱ ଚାମ୍ପିଅନ୍” ଉପାଧି ଯୋଡ଼ି ହେବ ନାହିଁ । ମଙ୍ଗଳବାର ସ୍ପେନ୍ ପର୍ତ୍ତୁଗାଲକୁ ୧-୦ରେ ପରାସ୍ତ କରିବା ପରେ ଫିଫା ବିଶ୍ୱକପ୍ ୨୦୨୬ରୁ ବାହାର ହୋଇଛି ପର୍ତ୍ତୁଗାଲ । ଏହି ପରାସ୍ତ ସହିତ ପର୍ତ୍ତୁଗାଲ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି ।

Cristiano Ronaldo Fifa World Cup 2026: Cristiano Ronaldo Shuts Down Critics  After "Difficult, Dark Week" | Football News

ମ୍ୟାଚ୍ ପରେ ନିରାଶ ରୋନାଲ୍ଡୋ ନିଶ୍ଚିତ କରିଥିଲେ ଯେ, ଏହା ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ । କିନ୍ତୁ ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେବାର ନିଷ୍ପତ୍ତି ନେଇନାହାଁନ୍ତି । ଆର୍ଲିଙ୍ଗଟନର ଡାଲାସ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ କଡା ମୁକାବିଲା ହୋଇଥିଲା । ପରାଜୟ ପରେ ଲୁହ ଭିଜା ଆଖିରୁ ସ୍ପଷ୍ଟବାରୀ ହେଉଥିଲା ରୋନାଲ୍ଡୋଙ୍କ ଯନ୍ତ୍ରଣା । ସେ ସ୍ୱୀକାର କରିଥିଲେ ଯେ, ତାଙ୍କ ଶେଷ ବିଶ୍ୱକପ୍ ପାଇଁ ବିଦାୟ ନେବା ତାଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଥିଲା । ତେବେ ଏହା କେବଳ ରୋନାଲ୍ଡୋଙ୍କ ପାଇଁ ନୁହେଁ ବରଂ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ ଥିଲା । ରୋନାଲ୍ଡୋ ପଡ଼ିଆରେ ଲୁହ ଭିଜା ଆଖିରେ ବିଦାୟ ନେଇଥିଲେ । ଏଥିସହିତ ଡାଲାସ୍ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ତାଙ୍କ ପ୍ରଶଂସକମାନେ ସେମାନଙ୍କ ଲୁହକୁ ରୋକିପାରିନଥିଲେ ।

Cristiano Ronaldo fights back tears after his final World Cup appearance -  AOL

Related posts

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ନବଦୀପ

mahabharatanews

ରାହୁଲ ଗାନ୍ଧୀଙ୍କୁ ଘେରିଲେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

mahabharatanews