ଓଡିଶା

ଆଜି ଆଡ଼ପ ମଣ୍ଡପେ ବିଜେ କରିବେ ଶ୍ରୀଜିଉ

(ପୁରୀ) : ଶରଧାବାଲିରେ ଲାଗିଛି ରଥ । ମାଉସୀମା ଘରକୁ ଆଜି ପ୍ରବେଶ କରିବେ ତିନିଠାକୁର । ଆଜି ଆଡ଼ପମଣ୍ଡପକୁ ବିଜେ କରିବେ ମହପ୍ରଭୁ । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିବେ। ରଥଟଣା ଦିନ ଆଡ଼ପ ପହଣ୍ଡି ପରମ୍ପରା ବିରୋଧୀ ଥିବାରୁ ଗୁରୁବାର ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ପହଣ୍ଡି କରିବାକୁ ନିଷ୍ପତ୍ତି ହୋଇଛି।

 ସୂଚନାନୁଯାୟୀ , ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବୁଧବାର ଦିନ ଶରଧାବାଲିରେ ବିଜେ କରିଛନ୍ତି। ତିନିରଥ ଶରଧାବାଲିରେ ବିଜେ ପରେ ରଥ ଉପରେ ଆଜିର ଦୈନନ୍ଦିନ ନୀତିକାନ୍ତି ସଂପନ୍ନ ହୋଇଛି। ତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଦର୍ଶନ ସହ ଆଖିରେ ଆଖି ମିଶାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଯେଭଳି ପ୍ରତିଯୋଗିତା ଲାଗିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ୍‌ ଛକରୁ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବୀରହରେକୃଷ୍ଣପୁର ଛକ, ମାଳତୀପାଟପୁର ଛକ, ମଙ୍ଗଳାଘାଟ ଛକ ଆଦି ସ୍ଥାନରେ ବ୍ୟାରିକେଡ୍ କରି ପୁଲିସ ଯାନବାହନ ନିୟନ୍ତ୍ରଣ କରୁଛି।

 

Related posts

ଆଚାର୍ୟ୍ୟ ହରିହର ଦାଶଙ୍କ ଜୟନ୍ତୀ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

mahabharatanews

ସିଡିଏ ଅଧ୍ୟକ୍ଷ ହେଲେ ଅନିଲ ସାମଲ

mahabharatanews

ସୈତାନ ଶିକ୍ଷକ: ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀକୁ ହତ୍ୟା ଉଦ୍ୟମ

mahabharatanews