ମନୋରଞ୍ଜନ

ଗାୟକ ହନି ସିଂଙ୍କୁ ଆସିଛି ହତ୍ୟା ଧମକ

ଏବେ ଗାୟକ ହନି ସିଂଙ୍କୁ ଆସିଛି ହତ୍ୟା ଧମକ । ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର । ଭଏସ ମେସେଜ ପଠାଇ ହନି ସିଂଙ୍କୁ ଧମକ ଦେଇଛି କାନାଡାରୁ ଗୋଲ୍ଡି ବରାର । ଏନେଇ ହନି ସିଂ ଏବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି ଭଏସ ନୋଟକୁ ଯାଂଚ କରୁଛି । ଗୋଲ୍ଡି ବରାର ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ କୁହାଯାଉଛି । ଏବେ ସେ ପଞ୍ଜାବ ଛାଡି କାନାଡାରେ ରହୁଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦେଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଏକ ଇ-ମେଲ ପଠାଇ ସଲମାନଙ୍କ ହତ୍ୟା ଧମକ ଦେଇଥିଲେ । ଏହାପରେ ସଲମାନଙ୍କ ଘରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

 

Related posts

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

“ଏକ ଯୁଗର ଅନ୍ତ ଘଟିଛି,” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ – ପ୍ରତ୍ୟେକ ପିଢ଼ିର ଜଣେ ପ୍ରିୟ ତାରକା ଚାଲିଗଲେ।

mahabharatanews

ରିଲିଜ ହେଲା ଅବତାର ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ପାର୍ଟ

mahabharatanews