ଓଡିଶା

ଶ୍ରୀନଗରରେ ସିଆରପିଏଫର ପ୍ରଥମ ମହିଳା ଆଇଜି ନିଯୁକ୍ତ

(ଶ୍ରୀହର୍ଷ ମିଶ୍ର/ରିପୋଟର୍ସ ଟୁଡେ): ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଆଇଜି ଭାବେ ପ୍ରଥମ ଥର ପାଇଁ ଜଣେ ମହିଳା ଆଇପିଏସ ଅଫିସରଙ୍କୁ ନିଯୁକ୍ତି ମିଳିଛି । ୧୯୯୬ ମସିହା ବ୍ୟାଚ ଆଇପିଏସ ଅଫିସର ଚାରୁ ସିହ୍ନାଙ୍କୁ ଏହି ଦାୟୀତ୍ୱ ମିଳିଛି । ପ୍ରଥମ ମହିଳା ଆଇପିଏସ ଅଫିସର ଭାବେ ସେ ଜମ୍ମୁ-କାଶ୍ମୀରର ଆତଙ୍କବାଦୀ ପ୍ରବଣ ଇଲାକା ଶ୍ରୀନଗରରେ ସିଆରପିଏଫର ଆଇଜି ପଦ ସମ୍ଭାଳିବେ । ତାଙ୍କୁ ପ୍ରଥମ ଥର ପାଇଁ ଏହି ଦାୟିତ୍ୱ ମିଳିନାହିଁ । ପୂର୍ବରୁ ସେ ବିହାରର ନକ୍ସଲ ପ୍ରବଣ ଇଲାକାରେ ସିଆରପିଏଫର ଆଇଜି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେଠାରେ ଚାରୁଙ୍କ ନେତୃତ୍ୱରେ ସିଆରପିଏଫ ପକ୍ଷରୁ ବହୁ ନକ୍ସଲ ବିରୋଧୀ ଅପରେସନ କାର୍ଯ୍ୟକାରୀ ହୋଇଥିଲା । ପରେ ତାଙ୍କୁ ସିଆରପିଏଫ ଆଇଜି ଭାବେ ଜମ୍ମୁକୁ ବଦଳି କରାଯାଇଥିଲା । ଏବେ ସେ ଶ୍ରୀନଗରକୁ ବଦଳି ହୋଇଛନ୍ତି । ତେବେ ଚାରୁ ବର୍ତ୍ତମାନ ଶ୍ରୀନଗର ସେକ୍ଟରର ସିଆରପିଏଫ ମହାନିର୍ଦ୍ଦେଶକ ଏପି ମାହେଶ୍ୱରୀଙ୍କ ଠାରୁ ଦାୟିତ୍ୱ ନେବେ ।

Related posts

ପୁରୀର ନାମ ପରିବର୍ତ୍ତନ ଅନାବଶ୍ୟକ: ଶଙ୍କରାଚାର୍ଯ୍ୟ

mahabharatanews

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

mahabharatanews

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

mahabharatanews