(କଟକ) : କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୨୭୬ ହରିଣ । କଟକ ଡିୟର ପାର୍କରୁ ଏହି ସମସ୍ତ ହରିଣଙ୍କୁ ଚନ୍ଦକା ଭରତପୁର ଓ ଅମ୍ବିଲୋକୁ ସ୍ଥାନାନ୍ତର କରାଯାଇଛି । ଯାହା ମଧ୍ୟରୁ ୨ଟି ହରିଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ହରିଣଙ୍କ ମୃତ୍ୟୁକୁ ନେଇ ଚନ୍ଦକା ଡିଏଫଓ କହିଛନ୍ତି, ଯେହେତୁ ହରିଣଗୁଡ଼ିକ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଉଛି , ସେମାନେ ବର୍ତ୍ତମାନ ଚକିତ ଅଛନ୍ତି । ବର୍ତ୍ତମାନ ସେମାନଙ୍କୁ ଖାଦ୍ୟରେ ଆଣ୍ଟିଷ୍ଟ୍ରେସ ମେଡିସିନ୍ ଦିଆଯାଉଛି ଏବଂ ସେମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମଧ୍ୟ ଖାଉଛନ୍ତି । ହଠାତ୍ ସ୍ଥାନ ପରିବର୍ତ୍ତନ କରିବାରୁ ସେମାନେ ଭୟଭିତ ହୋଇ ପଡିଛନ୍ତି । ସେଥିପାଇଁ ୨ଟି ହରିଣଙ୍କ ମୃତ୍ୟୁ ହୋଇଛି । ସେହିପରି ସମସ୍ତ ନନ୍ଦନକାନନ ଡାକ୍ତର ଓ ଭେଟେନାରୀ ପ୍ରଫେସର ସେମାନଙ୍କ ଚିକିତ୍ସା କରୁଛନ୍ତି ବୋଲି ଚନ୍ଦକା ଡିଏଫଓ କହିଛନ୍ତି ।