ଭାରତ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା

 (ମୁମ୍ବାଇ) : ବାତ୍ୟା ଯୋଗୁଁ ମୁମ୍ବାଇରେ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ଘଟିବ।  ଆରବ ସାଗର ଉପରେ ଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପାଲଟି ପାକିସ୍ତାନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନାନୁଯାୟୀ ,ମୌସୁମୀ ଆସିବାରେ ଦିନେ ଦୁଇଦିନ ବିଳମ୍ବ ଘଟିପାରେ। ସମ୍ପ୍ରତି ଏହି ବାତ୍ୟା ଆଗକୁ ମାଡ଼ି ଚାଲିଥିବାରୁ ଏହା ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳ ଅଞ୍ଚଳରୁ ଏହି ବାତ୍ୟା ଅନେକ ଦୂରକୁ ଚାଲିଯାଇଥିଲେ ବି ଏହି ସବୁ ଅଞ୍ଚଳରେ ଖୁବ୍‌ ଜୋର୍‌ରେ ପବନ ବହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି।

Related posts

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

mahabharatanews

ଗୋଆରୁ ପଲ୍ଲବୀଙ୍କୁ ଟିକେଟ

mahabharatanews

ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

mahabharatanews