ଓଡିଶା

ବ୍ୟାତ୍ୟା ‘ରେମାଲ’; ୧୬ ମୃତ

(ପଶ୍ଚିମବଙ୍ଗ) : ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ । ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ଯାଇଛି । କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତର ୨୪ ପ୍ରଗଣାରେ ଜଣେ, ପୂର୍ବ ମେଦିନିପୁରରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ଏହି ସମୟରେ ବାହାରେ ଥିଲେ ଅବା ମାଟି ଘରେ ରହିଥିଲେ ସେମାନେ ପ୍ରଭାବିତ ହୋଇଛନ୍ତି । ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରେମାଲ । ବାତ୍ୟା ପାଇଁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ବାତ୍ୟା ଦୁର୍ବଳ ହେବା ପରେ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି ।

ସୂଚନାନୁଯାୟୀ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥତିର ସମୀକ୍ଷା କରିବା ସହ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି ବୋଲି କହିଛନ୍ତି । ତେବେ ନିର୍ବାଚନ ଆଚରଣବିଧି ଉଠିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମମତା ବାନାର୍ଜୀ ।

Related posts

ବଜ୍ରାଘାତରେ ୧୭ ଗୋରୁ ମୃତ ! ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

mahabharatanews

 ବିଜୟ ମହାପାତ୍ରଙ୍କୁ ବହିଷ୍କାର କଲା ବିଜେପି

mahabharatanews

ପରଲୋକରେ ପୂର୍ବତନ ଆଇପିଏସ ଅଧିକାରୀ

mahabharatanews