(ଭୁବନେଶ୍ୱର) : ଆଜି ଅର୍ଥାତ ସୋମବାର ରାତିରେ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ କିଛି ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରୂପ ନେଇପାରେ । ଯଦି ଏହା ବାତ୍ୟାରେ ପରିଣତ ହେଲା, ତେବେ ଏହି ବାତ୍ୟାର ନାଁ ରହିବ ‘ତେଜ୍’ । ତିକୂଳ ପରିବେଶ ପରିସ୍ଥିତି ଘୂର୍ଣ୍ଣିବଳୟ ଦ୍ରୁତ ଗତିରେ ବୃଦ୍ଧି ପାଇବାର ସଙ୍କେତ ଦେଉନାହିଁ। ତେବେ ଏହା ବାତ୍ୟା ରୂପ ନେବ କି ନା, ତାହା ଏବେ ଠାରୁ କହିହେବ ନାହିଁ । ଆସନ୍ତା ୨ ଦିନରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ।
ସୂଚନାନୁଯାୟୀ , ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି ବୋଲି ପାଣିପାଗ ମଡେଲ ପୂର୍ବାନୁମାନ କରୁଛି। ତେବେ ଏବେଠାରୁ କୌଣସି ଠୋସ୍ ଆକଳନ କରିବା କଷ୍ଟକର ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ କହିଛି । ସ୍କାଏମେଟ୍ କହିଛି ଯେ ଆରବ ସାଗରର ଦକ୍ଷିଣ ପୂର୍ବ ଭାଗରେ ବିଷୁବୀୟ ଅଞ୍ଚଳ ନିକଟରେ ପାଣିପାଗ ପରିସ୍ଥିତି ସୃଷ୍ଟି ହେଉଛି, ଯାହାକି ଖୁବଶୀଘ୍ର ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ।