ଭାରତ

ମହାରାଷ୍ଟ୍ରରେ ହୁ୍ ହୁ ହୋଇ ଜଳିଗଲା ଟ୍ରେନ

(ମହାରାଷ୍ଟ୍ର)  :  ମହାରାଷ୍ଟ୍ରରେ  ହୁ୍ ହୁ ହୋଇ ଜଳିଗଲା ଟ୍ରେନ। ଆଜି ଅର୍ଥାତ ସୋମବାର ନ୍ୟୁ ଅସ୍ତିରୁ ଅହମଦନଗର ଅଭିମୁଖେ ଯାଉଥିବା ଟ୍ରେନର ପାଞ୍ଚଟି କୋଚରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ରେଳ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଟ୍ରେନର ୫ଟି କୋଚରେ ନିଆଁ ଲାଗିଥିଲେ ବି କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

ସୂଚନାନୁଯାୟୀ , ଏହି ଘଟଣା ଅପରାହ୍ନ ପ୍ରାୟ ୩ଟା ସମୟରେ ନାରାୟଣଦୋହ ଏବଂ ଅହମଦନଗର ମଧ୍ୟରେ ଘଟିଥିଲା। ତେବେ  ପ୍ରଥମେ ଗାର୍ଡ ସାଇଡ୍ ବ୍ରେକ୍ ଭ୍ୟାନରେ ନିଆଁ ଲାଗିବା ପରେ ନିଆଁ ଧିରେ ଧିରେ ଚାରିଟି ସଂଲଗ୍ନ କୋଚକୁ ବ୍ୟାପିଥିଲା। ତେବେ ନିଆଁ ଆହୁରି ବିସ୍ତାର ହେବା ପୂର୍ବରୁ ସମସ୍ତ ଯାତ୍ରୀ ଟ୍ରେନରୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ।

Related posts

ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା  ଜାମିନ

mahabharatanews

ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବ ନେପାଳ 

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ 

mahabharatanews