(ମହାଭାରତ,ଚୌଦ୍ୱାର): ଚୌଦ୍ୱାର ଠାରେ ଏକ ସୁନା ଦୋକାନରୁ ଡକାୟତଙ୍କ ଲୁଟ ଉଦ୍ୟମକୁ ପୋଲିସ ପଣ୍ଡ କରିଛି । ଫଳରେ ୭ ଜଣ ଡକାୟତ ଧରାପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚୌଦ୍ୱାରର ମୁଣ୍ଡାସାହିରେ ଥିବା ଏକ ସୁନା ଦୋକାନରୁ ଲୁଟ କରିବାକୁ ଡକାୟତଙ୍କ ଏକ ଗ୍ୟାଙ୍ଗ ଯୋଜନା କରିଥିଲେ । ପୋଲିସକୁ ଏନେଇ କୌଣସି ସୂତ୍ରରୁ ଖବର ମିଳିଥିଲା । ସୁନା ଦୋକାନରେ ଲୁଟ ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଥିଲା । ଖସି ଯିବାକୁ ଉଦ୍ୟମ କରି ଡକାୟତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ଜବାବ ଦେବାକୁ ଯାଇ ପୋଲିସ ପାଲଟା ଗୁଳି ଚଳାଇଥିଲା । ଫଳରେ ୩ ଡକାୟତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ୭ ଜଣ ପୋଲିସ ହାତରେ ଧରାପଡିଛନ୍ତି । ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି । ଗିରଫ ଡକାୟତମାନଙ୍କ ଠାରୁ ପୋଲିସ ମାରଣାସ୍ତ୍ର ଜବତ କରିଛି । ଏମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ମଧ୍ୟ ପୋଲିସ ସୂଚନା ଦେଇଛି ।
previous post
next post
