ଓଡିଶା

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ

(ମହାଭାରତ, ଅନୁଗୁଳ): ଅନୁଗୁଳ ବଅଁରପାଳ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଛି । ଫଳରେ ଏଥିରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁଇଟି ଟ୍ରକ ତାଳଚେରରୁ କୋଇଲା ନେଇ ଆସୁଥିଲେ । ଏହି ସମୟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ପିଟି ହୋଇଥିବା ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ପୋଲିସ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏହି ଦୁର୍ଘଟଣା ଯୋଗୁଁ, ୧୪୯ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

Related posts

ଗ୍ରୀଷ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନ୍ 

mahabharatanews

ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ

mahabharatanews

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ

mahabharatanews