ଅପରାଧ

ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜନକ ମୃତ୍ୟୁ

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଜଣେ ପ୍ରବାସୀ ଓଡ଼ିଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ କିଶୋରନଗର ଥାନା ଅଧିନ ଗଙ୍ଗାପୁର ଗାଁର ସୁଶାନ୍ତ ମହାନ୍ତି ବୋଲି ଜଣାପଡିଛି । ଆଜି ତାଙ୍କର ମୃତଶରୀର ଏକ ଆମ୍ବ ବଗିଚାରେ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ସକାଳୁ ସେହି ଗ୍ରାମର ଜଣେ ଯୁବକ ନିଜ ବିଲକୁ କାମ କରିବା ପାଇଁ ଯାଉଥିଲେ। ସୁଶାନ୍ତ ଙ୍କ ମରଶରୀରକୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣାପଡି ନ ଥିବାବେଳେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ମୃତକ ଜଣକ ଗତ କିଛିଦିନ ତଳେ ଗୁଜୁରାଟରୁ ଫେରି ରାମେଶ୍ୱର ସଂଗରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ ତାଙ୍କ ର କରୋନା ପଜେଟିଭି ଚିହ୍ନଟ ପରେ ତାଙ୍କୁ କଟକ ଅଶ୍ୱନୀ କୋଭିଡ ମେଡିକାଲକୁ ପଠାଯାଇଥିଲା। ସେଠାରୁ ସେ ସୁସ୍ତହୋଇ ଘରକୁ ମାସେ ହେବ ଫେରିଥିଲେ। ତେବେ ପୋଷ୍ଟମର୍ଟମ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Related posts

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

mahabharatanews

ଢାବାରେ ଖାଇବାକୁ ନେଇ ଯୁବକଙ୍କୁ ଗୁଳିମାଡ

mahabharatanews

ଅବନ୍ତିପୋରାରୁ ଜୈଶ ସମର୍ଥକ ଗିରଫ

mahabharatanews