ଟୋକିଓ(ମହାଭାରତ): ବାଜିଲା ଯୁଦ୍ଧର ବିଗୁଲ । ଟୋକିଓରେ ବିଶ୍ୱ ଅଲିମ୍ପିକ୍ସ କ୍ରୀଡାର ଶୁଭାରମ୍ଭ ମାତ୍ର କିଛି ସମୟ ମଧ୍ୟରେ ହେବାକୁ ଯାଉଛି । ଅଲିମ୍ପିକ୍ସରେ ପ୍ରଥମ ଦିନରେ ହିଁ ଭାରତର ଖେଳାଳୀମାନଙ୍କୁ ନିଜ ଜଲୱା ଦେଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିବ । ପ୍ରଥମ ଦିନରେ ହିଁ ଭାରତୀୟ ତୀରନ୍ଦାଜମାନେ ପ୍ରତିଦ୍ୱନ୍ଦିତା ଆରମ୍ଭ କରିବେ । ତେବେ ମହିଳା ରିଜର୍ଭ ବର୍ଗରେ କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁରୁଷ ବର୍ଗରେ ଅତନୁ ଦାସ, ପ୍ରବୀଣ ଯାଦବ ଏବଂ ତରୁଣଦୀପ ରାୟ ମଧ୍ୟ ଅଲିମ୍ପିକ୍ସରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ଦୀପିକା ରାକିଭ୍ଗ ରାଉଣ୍ଡର ଅଷ୍ଟମ ସ୍ଥାନରେ ରହିଛନ୍ତି ।
ରାକିଙ୍ଗ ରାଉଣ୍ଡରେ ଭାରତୀୟ ତୀରନ୍ଦାଜମାନଙ୍କ ସମେତ ମୋଟ ୬୪ ଜଣ ଖେଳାଳୀ ଭାଗ ନେବେ । ପଏଣ୍ଟ ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଇଛି । ସର୍ବନିମ୍ନ ପଏଣ୍ଟ ହାସଲ କରିଥିବା ପ୍ରତିଯୋଗୀ ୬୪ତମ ସ୍ଥାନରେ ରହିବେ । ରାଙ୍କିଙ୍ଗ ରାଉଣ୍ଡ୍ ପରବର୍ତ୍ତୀ ପଦକ ଅଭିଯାନ ପାଇଁ ପଥ ପ୍ରସ୍ତୁତ କରିବ । ୧ନଂ ସ୍ଥାନରେ ରହିଥିବା ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ରାଉଣ୍ଡ୍ରେ ୬୪ତମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସାମ୍ନା କରିବେ । ସେହିପରି ୨ନଂ ପ୍ରତିଯୋଗୀ ୬୩ନଂ ପ୍ରତିଯୋଗୀଙ୍କୁ ଏବଂ ୩ନଂ ପ୍ରତିଯୋଗୀ ୬୨ନଂ ପ୍ରତିଯୋଗୀଙ୍କୁ ଭେଟିବେ । ୩୨ଜଣ ପ୍ରତିଯୋଗୀ ଦ୍ୱିତୀୟ ରାଉଣ୍ଡରେ, ପ୍ରି-କ୍ୱାର୍ଟରକୁ ୧୬, କ୍ୱାର୍ଟରକୁ ୮, ସେମି ଫାଇନାଲ୍କୁ ୪ ପ୍ରତିଯୋଗୀ ଉନ୍ନୀତ ହେବେ । ତେବେ ଏଥି ନିକୟମନ୍ତେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ ରାକିଙ୍ଗ ରାଉଣ୍ଡ ।
previous post
next post