ଖେଳ

ଘୋଷଣା ହେଲା ବିଜୁ କ୍ରୀଡା ଯୋଜନା

ଭୁବନେଶ୍ୱର: ଚଳିତ ବର୍ଷର ବିଜୁ କ୍ରୀଡା ଯୋଜନା ଘୋଷଣା ହୋଇଯାଇଛି । ଏହି ତାଲିକାରେ ବାଜି ମାରିଛନ୍ତି ଭାରତୀୟ ହକି ଟିମର ସଦସ୍ୟ ଅମିତ ରୋହି ଦାସ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ତଥା ଓଡିଆ ପୁଅ ଅମିତଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚନା କରାଯାଇଛି । ଚଳିତ ବର୍ଷ ପାଇଁ ୍ରମିତଙ୍କୁ ମିଳିବ ଶ୍ରେଷ୍ଠ ସମ୍ମାନ । ତେବେ ଲାଇଫଟାଇମ ଆଚିଭମେଣ୍ଟ ପାଇଁ ହକି କୋଚ କେଳୁ ଚୌଧୁରୀଙ୍କ ନାମ ପୁରଷ୍କୃତ କରାଯିବ । ସେହିପରି ଉଲ୍ଲେଖନୀୟ ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ପ୍ରଶିକ୍ଷକ ପ।ଇବେ ବ୍ୟାଡମିଣ୍ଟନ କୋଚ ଶିବ ପ୍ରସାଦ ଦାସ । ଆସନ୍ତା ୨୯ କ୍ରୀଡା ଦିବସ ଅବସରରେ ଏହି ପ୍ରତିଭା ଏବଂ ଓଡିଶାର ଗୌରବ ମାନଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି ।

Related posts

୧୦୦ ବର୍ଷରେ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ

mahabharatanews

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

mahabharatanews

ଆଇସିସି ଟେଷ୍ଟ ମାନ୍ୟତାରେ ପୁଣି ୧ ନମ୍ବର ସ୍ଥାନରେ ବୁମ୍‌ରା ।

mahabharatanews