(ମୁମ୍ବାଇ) : ସ୍ୱାମୀ ରଣବୀର ସିଂଙ୍କ ହାତ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ ସୋମବାର ଲୋକସଭା ନିର୍ବାଚନରେ ଭୋଟ୍ ଦେଲେ । ଦୀପିକାଙ୍କ ବେବି ବମ୍ପ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ଏକ ଧଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧି ଯାଉଥିବାର ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ , ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୈମାସିକରେ ଥିବା ଦୀପିକା ପାଦୁକୋନ ଓ ସ୍ବାମୀ ରଣଭୀର ସିଂ ଭୋଟ୍ ଦେବା ପାଇଁ ସେମାନେ ମତଦାନ ବୁଥରେ ପ୍ରବେଶ କଲାବେଳେ ପରସ୍ପରଙ୍କ ହାତ ଧରାଧରି ହୋଇଥିଲେ। ଗତ ଫେବ୍ରୁଆରି ୨୯ ତାରିଖରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ସେମାନଙ୍କର ଗର୍ଭଧାରଣ ଘୋଷଣା କରିଥିଲେ।
