ଓଡିଶା

ଜାଲରେ ପଡିଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନୂଆଗାଁ ଦୁଧିଆଷୋଳ ମାଝୀସାହି ଗାଁ ନିକଟରେ ଆଜି ଏକ ହରିଣ ଉଦ୍ଧାର ହୋଇଛି । ହରିଣଟି ସମିଳିପାଳ ଅଭୟାରଣ୍ୟର ବିଦ୍ୟୁତ ଭଣ୍ଡାର ଅଞ୍ଚଳରୁ ଖସି ଆସି ଗାଁ ନିକଟରେ ଏକ ଜାଲରେ ଛନ୍ଦି ହୋଇ ରହିଥିଲା । ଗାଁ ଲୋକେ ଏହାଦେଖି ହରିଣକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାଙ୍ଗିରିପୋଷି ବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଁଚିଥିଲେ । ଗାଁଲୋକେ ହରିଣଟିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ । ଉଦ୍ଧାର ପରେ ହରିଣକୁ ସମିଳିପାଳ ଅଭୟାରଣ୍ୟର ଚହଲା ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣା ପଡ଼ିଛି।

 

Related posts

ଗତକାଲି ପାଳିତ ହୋଇଛି ଗୁରୁ ଦିବସ

mahabharatanews

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବ ସାଧାରଣରେ ହତ୍ୟା ଧମକ, ଥାନାରେ ଅଭିଯୋଗ

mahabharatanews