ଭାରତ

ଦିଲ୍ଲୀରେ ପ୍ରବଳ ଥଣ୍ଡା,ଜନଜୀବନ ଅସ୍ତବ୍ୟସ୍ତ 

(ଦିଲ୍ଲୀ) : ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହାରି ଭିତରେ ଗତକାଲି ରାତିରେ ହାଲୁକା ବର୍ଷା ହୋଇଥିବାରୁ ଥଣ୍ଡା ବଢ଼ିବାରେ ଲାଗିଛି । ଜାନୁଆରୀ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଘନ କୁହୁଡ଼ି ରହିପାରେତୁଷାରପାତ ହେତୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିବାବେଳେ କେବଳ ଏତିକି ନୁହେଁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ରାଜସ୍ଥାନ ଭଳି ଉତ୍ତର ଭାରତର କେତେକ ଅଂଚଳ ପାଇଁ ଆଇଏମଡି ସତର୍କତା ସୂଚନା ଜାରି କରିଛି। ଗୁରୁବାର ଦିନ ଦିଲ୍ଲୀରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି ।

ସୂଚନାନୁଯାୟୀ ,ଜାନୁଆରୀ ୨୫ ରୁ ୨୮ ପର୍ଯ୍ୟନ୍ତ ହିମାଳୟ ନିକଟବର୍ତ୍ତୀ ଅଞ୍ଚଳରେ ହାଲୁକା ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି।ଏଥି ସହିତ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଛତିଶଗଡରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ସକାଳେ ଘନ କୁହୁଡ଼ି ଦିଲ୍ଲୀ-ଏନସିଆର ଦେଖିବାକୁ ମିଳିଥିଲା।

Related posts

କୁନୋ ଜାତୀୟ ଉଦ୍ୟାନରେ ଖୁସି ମାହୋଲ

mahabharatanews

ମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ ବୋଲି ମତ ରଖିଲେ କଂଗ୍ରେସ ସାଂସଦ

mahabharatanews

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

mahabharatanews