ଭାରତ

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌ 

(ଦିଲ୍ଲୀ) :  ବିଜେପି ନେତା, ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ମିଳିଲା ୨ ଦିନିଆ ଅନ୍ତରୀଣ ଜାମିନ୍‌ । ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ଜାମିନ୍‌ ଆବେଦନର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବ।

ସୂଚନାନୁଯାୟୀ,  ଯୌନ ନିର୍ଯାତନା, ଅପରାଧିକ ଧମକ ଏବଂ ପିଛା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜୁନ୍‌ ୧୫ ତାରିଖରେ ୬ ଥର ସାଂସଦ ଥିବା ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍‌ ଏହି ଚାର୍ଜସିଟ୍‌ ଦାଖଲ କରିଥିଲା।

Related posts

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

ପତ୍ରା ଚାୱଲ ଜମି ଦୁର୍ନୀତି ମାମଲା

mahabharatanews

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews